ଗଞ୍ଜାମ : ପଥର ମାଫିଆଙ୍କ ବିରୋଧରେ ଫେରାଦ ହେଲେ ଗଞ୍ଜାମ ହୁଙ୍କାପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଆରତୀ ଦେବୀ। ବେଆଇନ ଭାବେ ପଥର କାଟିବା ଏବଂ ବ୍ଲାଷ୍ଟିଂ କରି ସେ ଅଞ୍ଚଳର ୫ଟି ପାହାଡକୁ ନଷ୍ଟ କରୁଛନ୍ତି ମାଫିଆମାନେ। ମନଇଚ୍ଛା ପାହାଡ଼ ଖନନ କରିବାରୁ ସେ ଅଞ୍ଚଳର ପରିବେଶ ନଷ୍ଟ ହେଉଛି । ମାଫିଆମାନେ ହରିଣ ମାରିକି ଖାଉଛନ୍ତି। ଏମିତିକି ମାଫିଆଙ୍କ ରାଜ୍ ପାଇଁ ପ୍ରାକୃତିକ ଜଙ୍ଗଲ ପକ୍ଷୀ ପଶୁ ଆଶ୍ରୟସ୍ଥଳୀ ହରାଉଛନ୍ତି। ଏପରିକି ସେଠାରେ ଥିବା ପୁରାତନ ଗିରି ଗୋବର୍ଦ୍ଧନ ମନ୍ଦିର ଭାଙ୍ଗିବାକୁ ବସିଲାଣି।
ପାହାଡକୁ କାଟି ଯେଉଁ ଜଳାଶୟ ଓ କେନାଲ ୨୫ ଲକ୍ଷ ଟଙ୍କାରେ ହୋଇଥିଲା। ତାକୁ ବି ମାଫିଆ ପୋତି ଦେଲେଣି। ରାଜସ୍ଵ ମନ୍ତ୍ରୀଙ୍କ ଏହାର ତଦନ୍ତ ନିର୍ଦ୍ଦେଶ ଦେଲେ। କିନ୍ତୁ ପୂର୍ବତନ ଜିଲ୍ଲାପାଳ ମିଛ ରିପୋର୍ଟ ଦେଇ ମାଫିଆଙ୍କୁ ସହଯୋଗ କଲେ। କିନ୍ତୁ ମୋର ଆଶା ବିଶ୍ୱାସ ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିବେ। କାହିଁକିନା ସେ ବି ଦିନେ ସରପଞ୍ଚ ଥିଲେ। ତା ଛଡ଼ା ମାଫିଆମାନେ ମୋର ଚରିତ୍ର ସଂହାର କରିବା ସହ ମୋତେ ମାରିଦେବାକୁ ବି ଧମକ ଦେଇଛନ୍ତି। ତେଣୁ ଏସବୁର ସମାଧାନ ଯଦି ମୁଖ୍ୟମନ୍ତ୍ରୀ ୭ଦିନ ଭିତରେ ନ କରନ୍ତି , ମୁଁ ରାଜଭବନ ସମ୍ମୁଖରେ ଅନଶନରେ ବସିବି।